POEM - 1
ଅନୁତାପ ...
----------------------
ମନେ ପଡିଗଲା ହଠାତ୍
କାହିଁକି କେଜାଣି ତୁମ କଥା
କେତେ ସ୍ୱପ୍ନ ଦେଖୁଥିଲି
ରଖି ତୁମ କୋଳେ ମଥା
ଗର୍ବ କରୁଥିଲି ତୁମକୁ ପାଇ
ଭୁଲି ଯାଇଥିଲି ସମସ୍ତଙ୍କୁ
ଖାଲି ଦେଖାଯାଉଥିଲା ଯାହା
ତୁମ ଘରକୁ ଯାଇ ଥିବା
ଅଙ୍କାବଙ୍କା ସେଇ କଷ୍ଟିଆ ରାସ୍ତା
ଫେରି ପାରୁନି ସେ କଷ୍ଟିଆ ରାସ୍ତାରୁ
ନା ପହଞ୍ଚି ପାରୁଛି ତୁମ ପାଖରେ
ଶୁଣିଲି ତୁମେ ବି ନାହଁ ସେଠି
ପଛକୁ ଚାହିଁ ଦେଖେ ......
କେହିବି ନାହାଁନ୍ତି ଏଠି
ଖାଲି ବସିଛି ଏକା ଏକା
ବୋଧେ ପ୍ରାୟଶ୍ଚିତ ଏଇଟା କର୍ମର
କଟିଯାଉ ଜୀବନର ବାକି ସମୟ
ଅନ୍ୟକୁ ଦେଇଥିବା କଷ୍ଟର ଅନୁତାପେ
ହରେଇଥିବା ଅତି ନିଜ ଲୋକଙ୍କ
ସ୍ମୃତି କୁ ଲୁହରେ ସାଉଁଟି
ସ୍ମୃତି କୁ ଲୁହରେ ସାଉଁଟି ।।
----------------------------------------
ଡକ୍ଟର ଅଭିରାମ ଶତପଥୀ
POEM - 2
ମ୍ରୁତ୍ୟୁର ପ୍ରତୀକ୍ଷାରେ
----------------------------
ଜରାଜୀର୍ଣ୍ଣ ଶରୀର ନେଇ
ନିସ୍ତେଜ୍ ହୋଇ
କେଜାଣି କ'ଣ ଚାଲିଥିବ
ତା ମନ ଦେଇ.....
ମ୍ରୁତ୍ୟୁର ପ୍ରତୀକ୍ଷାରେ
ମନ ଉଦବେଳିତ ?
ନାଁ ପୁରୁଣା ଦିନର ସ୍ମୃତିରେ
ମନ ବିଚଳିତ ?
କେତେ ଆଶା ଆକାଂକ୍ଷା ନେଇ
ମନକୁ ଦମ୍ଭ କରି
ଲଢୁଥିଲା ଦୁନିଆଁ ସାଙ୍ଗରେ
ନିଜ ଅସ୍ଥିତ୍ଵ ପାଇଁ
ଏଇଆ କ'ଣ ଥିଲା ତା ଫଳ
ଅସ୍ଥିତ୍ଵ ଜାହିର୍ କରିବାକୁ ଯାଇ
ସ୍ଥିତି ଖୋଜୁଛି
ଅର୍ଧନଗ୍ନ ଶରୀରରେ
ଅଧା ଶୁଖିଲା ଅଧା ଓଦା ଶେଯରେ
ଯାହା ପାଇଁ ଅଧା ପେଟ ଖାଇ
ଅଧା ରଖୁଥିଲା ସାଇତି କରି
ସେ ସବୁ ଆଜି ଚାଲିଯାଇଛନ୍ତି
ଦୁନିଆଁ ଦାରୀ ନିଶାରେ
ତାକୁ ପରକରି
ଶିଶୁକୁ ଧରିବାକୁ ଚାଲିଯାଏ
ଯେଉଁ ହାତ ହସି ହସି
ସେହି ହାତ କାହିଁ ପଛାଏ
ବ୍ରୁଦ୍ଧ ବାପା ମା'ଙ୍କ
ହାତଧରି ଦୁଇପଦ କଥା ହେବାକୁ
ତାଙ୍କ ପାଖରେ ବସି
ହଜି ଯାଇଛି ସବୁ ସଂସ୍କାର
ମୋବାଇଲ ର ପରଦାରେ
ମିଳୁ କି ନ ମିଳୁ ସେବା-
ଜରାଜୀର୍ଣ୍ଣ ଶରୀର କିନ୍ତୁ ଖୋଜୁଛି
ସେଇ ଆନ୍ତରିକ ସ୍ପର୍ଶ
ଅଧା ଶୁଖିଲା ଅଧା ଓଦା ଶେଯରେ
ଶୁଖିଲା ଆଖିରେ ଆଖିଏ ଆଶା ଓ
ମ୍ରୁତ୍ୟୁର ପ୍ରତୀକ୍ଷାରେ
ଡକ୍ଟର ଅଭିରାମ ଶତପଥୀ
କଟକ
POEM- 3
କାହିଁକି କେଜାଣି------
---------------------------------
ଖୋଜେ ଏଇ ମନ.....
କାହିଁକି କେଜାଣି------
ତୁମ ରକ୍ତିମ ଅଧରର
କୋମଳ ସ୍ପର୍ଶ
କାହିଁକି କେଜାଣି------
ଭାବେ ଏଇ ମନ......
ତୁମ ସାଥେ ବିତାଇବାକୁ
କିଛି ଅନ୍ତରଙ୍ଗ ମୁହୂର୍ତ୍ତ
କାହିଁକି କେଜାଣି------
ଦେଖେ ଏଇ ମନ-------
ସ୍ୱପ୍ନ କିଛି ତୁମକୁ ନେଇ
ସତରେ ରୂପାନ୍ତରିତ ପାଇଁ
କାହିଁକି କେଜାଣି------
ଇଛା କରେ ଏଇ ମନ-------
ହଜିଯିବାକୁ ତୁମ ହସର
ଚପଳତାରେ
ଏମିତି ଛୋଟ ବଡ଼ କେତେ ଯେ
କଥା ଭାବେ ମନ
ତୁମକୁ ନେଇ
କାହିଁକି କେଜାଣି------
ତୁମ ବିନା କିଛି ଭଲ ଲାଗେନା
ତୁମ ଛଡା କେହି ଭଲ ଲାଗେନା
କାହିଁକି କେଜାଣି------
ଆଜି ବି ଏ ମନ ଜାଣି ପାରେନା
---------+++++-----++++------
ଡକ୍ଟର ଅଭିରାମ ଶତପଥୀ
POEM - 4
ସ୍ମୃତି ଓ କଦମ୍ବ ପାଖୁଡ଼ା
------------------------------
ଦେଖିଲି ବିଚ୍ଛୁରିତ କିଛି
କଦମ୍ବ ପାଖୁଡ଼ା
ସ୍ମୃତିରୁ ବିଗତ ଦିନର ପ୍ରେମ
ତାଜା ହୋଇଯାଇଥିଲା
ସେଦିନ ବିଚ୍ଛୁରିତ କଦମ୍ବ ପାଖୁଡ଼ା
କରୁଥିଲେ ପ୍ରେମ ବର୍ଷା
ଆଉ ଆଜି ବିରହ ପ୍ରେମରେ
ସେ କଦମ୍ବ ପାଖୁଡ଼ା ଶୁଷ୍କ
ସେଦିନ କଦମ୍ବ ବାସ୍ନାରେ
ପ୍ରେମ ବିଭୋର ହେଇ ଉଠୁଥିଲା
ଆଉ ଆଜି ସେ ବାସ୍ନାରେ
ପ୍ରେମ ଅଣନିଃଶ୍ବାସୀ
ସେଦିନ କଦମ୍ବ ମୂଳରେ
ମିଳନ ଥିଲା ଦୁଇ ଆତ୍ମାର
ଆଜି ସେ ମିଳନର ସ୍ଥିତି ଖୋଜେ
ପ୍ରତାରିତ ପଥିକ
କଦମ୍ବ ତ ଝଡୁଛି ଓ ଫୁଟୁଛି
ପ୍ରେମ କିନ୍ତୁ ଝଡି ବହି ଯାଇଛି
ସବୁଦିନ ପାଇଁ
ପ୍ରତାରଣାର ଶ୍ରାବଣରେ
ଫୁଟିବନି ସେ କେବେ ଆଉ
ହରାଇଛି ସତ୍ତା ସେ
ସ୍ଵାର୍ଥପର ଦୁନିଆଁର ଭିଡ଼ରେ
-----------
ଡକ୍ଟର ଅଭିରାମ ଶତପଥୀ
କଟକ
No comments:
Post a Comment